ଜୀବନଚର୍ଯ୍ୟା

ମଧୁମେହ ରୋଗୀଙ୍କ ପାଇଁ ବାଇଗଣ

ମଧୁମେହ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଏହି ସମସ୍ୟା ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏବେ ଏହି ସମସ୍ୟାରେ ପୀଡିତ । ହେଲେ ସାମାନ୍ୟ ସାବଧାନତା ଓ ଖାଦ୍ୟ ପେୟରେ ସତର୍କତା ହିଁ ଏହି ମାରାତ୍ମକ ସମସ୍ୟାକୁ ଦୂରେଇ ଦେବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ତେବେ ମଧୁମେହ ରୋଗୀଙ୍କ ପାଇଁ ଗୋଟିଏ ପରିବା ହେଉଛି ବାଇଗଣ । ଏହାକୁ ସେମାନେ ନିତିଦନ ଖାଇବାରେ କୌଣସି ଅସୁବିଧା ନ ଥାଏ ।

  • ବାଇଗଣ ଭର୍ତ୍ତାରେ ଏକ ଚାମଚ ମହୁ ମିଶାଇ ଖାଇଲେ ସୁନିଦ୍ରା ହୁଏ। ତରକାରିରେ ଏହା ଖାଇବା ଖୁବ୍ ଭଲ।
  • ବାଇଗଣ ସୁପ୍‌ରେ ହେଙ୍ଗୁ ଓ ରସୁଣ ସମପରିମାଣର ମିଶାଇ ପିଇଲେ ଅମ୍ଲ ରୋଗ ବା ଏସିଡିଟିରୁ ରକ୍ଷା ମିଳେ।
  • ଆଫ୍ରିକୀୟ ଆଦିବାସୀଙ୍କ ମତରେ ବାଇଗଣ ପୋଡାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳେ। ସକାଳୁ ଖାଲି ପେଟରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୁଏ।
  • ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ସର୍ବୋତ୍କୃଷ୍ଟ ପରିବା। ଏଥିରେ ଖାଦ୍ୟ ତନ୍ତୁ ପ୍ରଚୁର ପରିମାଣରେ ଥାଏ। ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ଶରୀରରେ ଶର୍କରା ନିୟନ୍ତ୍ରଣରେ ରହେ।
  • ହୃଦରୋଗୀଙ୍କ ପାଇଁ ଏହା ଉତ୍ତମ ପରିବା ଅଟେ। ଏହି ପରିବା ଖାଇଲେ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।
Show More

Related Articles

Leave a Reply

Your email address will not be published. Required fields are marked *

Close
Close