ଆଞ୍ଚଲିକରାଜନିତୀ

ବିଜେପୁରରେ ବିଜେଡିର ବାଜିମାତ

ସୌମ୍ୟଙ୍କୁ ଟପିଲେ ରୀତା

ବରଗଡ଼,୨୪/୧୦: ବିଜେପୁର ଉପନିର୍ବାଚରେ ପୁଣି ବାଜିମାତ କରିଛି ବିଜେଡି। ବିଜେଡି ପ୍ରାର୍ଥିନୀ ରୀତା ସାହୁ ସାଧାରଣ ନିର୍ବାଚନର ବିଜୟ ବ୍ୟବଧାନକୁ ପଛରେ ପକାଇ ରେକର୍ଡ କରିଛନ୍ତି। ୨୧ ରାଉଣ୍ଡ ଗଣତି ସୁଦ୍ଧା ରୀତା ସାହୁ ୯୭,୯୯୦ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ବ୍ୟବଧାନରେ ଜିତିଥିବାବେଳେ ଆଜି ରୀତା ସାହୁ ତାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସରେ ରୀତା ସାହୁ ସର୍ବକାଳୀନ ରେକର୍ଡ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟେଲିଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଉପନିର୍ବାଚନରେ ବିଜେଡି ୧,୩୫,୯୫୭ ଭୋଟ ପାଇଥିବା ବେଳେ ବିଜେପି ଖାତାରେ ୩୭,୯୬୭ ଓ କଂଗ୍ରେସକୁ ୫୮୭୩ ଭୋଟ ପଡ଼ିଛି। କଂଗ୍ରେସ ୨ଟି, ବିଜେପି ୧୨ଟି ଓ ବିଜେଡି ୮ଟି ପୋଷ୍ଟାଲ ଭୋଟ ହାତେଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close