ସାହିତ୍ୟ

ବିସ୍ମୃତ

ଅମା ଅନ୍ଧକାରେ ଯେବେ,
ଦ୍ୱୀପଟିଏ ହେଲା ପ୍ରଜ୍ଜ୍ଵଳିତ,
ତୁମେ ଭୁଲିଗଲ ଅନ୍ଧକାରର ଅସ୍ତିତ୍ୱ…!
ଶୁଷ୍କ ବୃକ୍ଷର ସେ ଶାଖାରେ,
ନବ ପଲ୍ଲବର ଉଭବ,
ଭୁଲାଇଦେଲା ତୁମକୁ ବାସ୍ତବ ଜୀବନ ସଙ୍ଗୀତ…!
ଛନ୍ଦିଗଲ ତୁମେ ସୁଖ ମାୟାଜାଲେ,
ତଥାପି ଅତୃପ୍ତ ଚିତ୍ତ,
ଵିସ୍ମରଣ କଲ ଧର୍ମ,ନ୍ୟାୟ,ଜ୍ଞାନ,
ମୁକ୍ତି ମୋକ୍ଷର ଗୁଢ଼ାର୍ଥ,
ଦାରୁଣ ଅତୀତେ ଦେବତା ସ୍ୱରୂପ,
ବର୍ତ୍ତମାନେ ଲାଗେ ତୁଚ୍ଛ,
ହେ ବିସ୍ମୃତ ମଣିଷ,
ଅଜ୍ଞାନତା ତୁମ ଆଖିର ପରଦା,
ସ୍ୱଚ୍ଛ ମନ ନେଇ ଦେଖ…!
ମରୁ ମରିଚୀକା କେବେ ଅବା,
ନେଲେଣି ବାସ୍ତବ ରୂପ,
ଅସ୍ଥାୟୀ ଜୀବନେ ସ୍ଥାୟୀ ସୁଖ ସ୍ଵପ୍ନ,
କେବଳ ଭ୍ରମର ପ୍ରକୋପ…!

-ଦୀପଞ୍ଜଳି ଧୂପାଳ
+୩, ଦ୍ଵିତୀୟବର୍ଷ,
ଭୂତତ୍ତ୍ୱବିଜ୍ଞାନ ସମ୍ମାନ, ଏଫ ଏମ ବିଶ୍ୱବିଦ୍ୟାଳୟ

Show More

Related Articles

Leave a Reply

Your email address will not be published. Required fields are marked *

Close
Close