ରାଜନିତୀ

ନିଜ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ ବିଷ୍ଣୁ

ଭୁବନେଶ୍ୱର,୨/୮: ଶେଷରେ ନିଜର ଭୁଲ ସ୍ୱୀକାର କରି ବିଧାନସଭାରେ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ତିନି ତଲାକ୍ ପ୍ରସଙ୍ଗରେ ବୟାନ ଦେଇ ସେ ବିବାଦରେ ପଡ଼ିଥିଲେ। ଏନେଇ ଗତ ଦୁଇ ଦିନ ହେବ ଗୃହରେ ହଟ୍ଟଗୋଳ ଚାଲିଥିଲା। ତେବେ ମହିଳାଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ଉଦ୍ଦେଶ୍ୟମୂଳକ ନ ଥିଲା ବୋଲି ସେ କହିଛନ୍ତି। ଏଥିସହ ଏହି ବିବୃତିକୁ ବିଧାନସଭା ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ବିଷ୍ଣୁ ଅନୁରୋଧ କରିଛନ୍ତି। ପରେ ଗୃହରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିବରଣୀରୁ ଏ ପ୍ରସଙ୍ଗ ବାଦ ଦେବାକୁ ରୁଲିଂ ଦେଇଛନ୍ତି। ସୂଚନା ଅନୁସାରେ, ଗୁରୁବାର ଶୂନ୍ୟକାଳରେ ତିନି ତଲାକ୍ ପ୍ରସଙ୍ଗକୁ ନେଇ କେତେକ ମୁସଲିମ୍ ମହିଳା ତଲାକ୍ ଯୋଗୁଁ ବେଶ୍ୟାବୃତ୍ତି କରୁଥିବା କହିଥିଲେ ବିଷ୍ଣୁ। ଏଥିସହ ସେମାନେ କୋଲକାତା ଓ ମୁମ୍ବାଇରେ ଦେହ ବ୍ୟବସାୟ କରୁଛନ୍ତି ବୋଲି ସେ କହିଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close