ଆଞ୍ଚଲିକରାଜନିତୀ

ବିଜେଡିର ବିଜେପୁର ଷ୍ଟ୍ରାଟେଜି, ପୁଣି ପ୍ରାର୍ଥୀହେବେ ରୀତା!

ଭୁବନେଶ୍ୱର,୧୯/୯: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପୁଣିଥରେ ସେଠାରେ ପ୍ରାର୍ଥୀ କରିବାକୁ ଯାଉଥିବା ଆଲୋଚନା ହେଉଛି। ତେବେ ଏଥିପାଇଁ ୪ଜଣ ବରିଷ୍ଠ ନେତାଙ୍କୁ ସ୍ୱତନ୍ତ୍ର ଭାବେ ବିଜେପୁର ଉପନିର୍ବାଚନ ଦାୟିତ୍ୱ ଦିଆଯାଇଛି। ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଦୁଇ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହଙ୍କ ସମେତ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ନେଇ ୪ଜଣିଆ ନିର୍ବାଚନ ସମନ୍ୱୟ କମିଟି ଗଠନ କରାଯାଇଛି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବେ ବରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବାରୁ ସେ ମଧ୍ୟ ଏହି କମିଟି ସହ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଏହି ନେତାମାନଙ୍କୁ ବିଜେପୁର ନିର୍ବାଚନମଣ୍ଡଳୀର ବିଜେପୁର, ବରପାଲି ଓ ଗାଇସିଲେଟ ବ୍ଲକ୍ ସହ ଏଏନଏସି ଦାୟିତ୍ୱ ନ୍ୟସ୍ତ କରାଯାଇ ସାଂଗଠନିକ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ବରଗଡ଼ର ମନ୍ତ୍ରୀ ସୁଶାନ୍ତ ସିଂ ରୀତାଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ଲବି ଜୋରଦାର କରୁଥିବାରୁ ବିଜେଡି ରୀତାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ଲଗାଇବା ପ୍ରାୟତଃ ସ୍ପଷ୍ଟ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close