ଜୀବନଚର୍ଯ୍ୟା

ପ୍ରତିଦିନ ଖାଆନ୍ତୁ କଞ୍ଚା ଅଣ୍ଡା: ମିଳିବ ଏହି ସବୁ ଫାଇଦା

ସ୍ୱାଦିଷ୍ଟ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ହେଲେ ଏମିତି ବହୁତ କମ ଖାଦ୍ୟ ରହିଛି ଯାହା ସ୍ୱାଦିଷ୍ଟ ହେବା ସହ ପୁଷ୍ଟିକର ମଧ୍ୟ ହୋଇଥାଏ। ସେଥିମଧ୍ୟରୁ ଅଣ୍ଡା ହେଉଛି ଅନ୍ୟତମ। ଯାହାକୁ ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହାକୁ ଖାଇଲେ ଶରୀରକୁ ମଜବୁତ କରିଥାଏ। କାରଣ ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ଯେମିତି ସ୍ୱାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଖାଇବା ଆବଶ୍ୟକ ସେହିଭଳି ଅଣ୍ଡା ମଧ୍ୟ ଖାଇବା ଜରୁରୀ। ବିଭିନ୍ନ ଉପାୟରେ ଅଣ୍ଡାକୁ ଲୋକମାନେ ଖାଇଥାନ୍ତି। ସାଧାରଣତଃ ଲୋକେ ଅଣ୍ଡା ସିଝା ବା ତରକାରୀ କରି ଖାଆନ୍ତି। ହେଲେ କଞ୍ଚା ଅଣ୍ଡା ଖାଇଲେ ଅନେକ ଲାଭ ମିଳିଥାଏ ତାହା କେହି ଜାଣିନଥାନ୍ତି। ତେବେ କଞ୍ଚା ଅଣ୍ଡା ଖାଇଲେ ସେଥିରେ ଥିବା ଭିଟାମିନ, ଓମେଗା ୩, ଜିଙ୍କ, ପ୍ରୋଟୀନ ଓ ଅନେକ ପୋଷ୍ଟିକର ତତ୍ତ୍ବ ନଷ୍ଟ ହୋଇନଥାଏ। ଯାହା ରାନ୍ଧିବା ପରେ ନଷ୍ଟ ହୋଇଯାଏ। କଞ୍ଚା ଅଣ୍ଡାରେ ଭରପୁର ମାତ୍ରାର ଭିଟାମିନ ବି-୧୨ ଥାଏ। କଞ୍ଚା ଅଣ୍ଡା ଖାଇଲେ ଏନିମିଆର ସମସ୍ୟା ଦୂର ହୋଇଥାଏ। ଏଥିସହ ସ୍ମରଣ ଶକ୍ତି ମଧ୍ୟ ବଢେ। ସେହିପରି କେଶ ଓ ତ୍ୱଚା ପାଇଁ ମଧ୍ୟ କଞ୍ଚା ଅଣ୍ଡା ଲାଭଦାୟକ ହୋଇଥାଏ। ଏହାର ହଳଦିଆ ଅଂଶ କେଶରେ ଲଗାଇଲେ କେଶ ମଜବୁତ ଓ ଘନ ହୁଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close