ବାସ୍ତୁ

ହାତରେ ଠାକୁରଙ୍କ ଡୋର ବାନ୍ଧିଲେ ଅନେକ ଫାଇଦା ମିଳେ…

ଘରେ କିମ୍ବା ମନ୍ଦିରରେ ପୂଜା କରିବା ସମୟରେ ହାତରେ ଡୋର ବାନ୍ଧିବାକୁ ସମସ୍ତେ ଚାହିଁଥାନ୍ତି। ଏହି ଡୋର ପୂଜା କଲାବେଳେ ବାନ୍ଧିବା ପରମ୍ପରା ବହୁ ଯୁଗ ଯୁଗରୁ ଚାଲି ଆସୁଛି। ହେଲେ ଏହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଡୋର କେବଳ ପରମ୍ପରା ପାଇଁ ବନ୍ଧା ଯାଇନଥାଏ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଧାର୍ମିକ ଶାସ୍ତ୍ରରେ ଅଛି ଯେ, ଦେବୀ ଲକ୍ଷ୍ମୀ ଏବଂ ରାଜା ବାଳୀ ହାତରେ ଡୋର ବନ୍ଧା ଆରମ୍ଭ କରିଥିଲେ। ଏହି ଡୋରକୁ ରକ୍ଷା କବଚ ବୋଲି କୁହାଯାଇଥାଏ। ଏହାକୁ ବାନ୍ଧିବାଲେ ସମସ୍ତ ପ୍ରକାର ସମସ୍ୟା ଦୂରେଇ ଯାଇଥାଏ। ଏହି ଡୋର ବାନ୍ଧିବା ଫଳରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ସହ ଲକ୍ଷ୍ମୀ, ପାର୍ବତୀ, ସରସ୍ୱତୀଙ୍କ କୃପା ଆମ ଉପରେ ସବୁବେଳେ ରହିଥାଏ। ବୈଜ୍ଞାନିକ ମତରେ ଶରୀରର ମୁଖ୍ୟ ଅଙ୍ଗ ଯାଏଁ ପହଞ୍ଚିବା ଯୋଗୁଁ ଶିରା ପ୍ରଶିରାଗୁଡ଼ିକ ମଣିବନ୍ଧ ଠାରୁ ଅତିକ୍ରମ କରିଥାଆନ୍ତି। ତେଣୁ ଆମେ ହାତରେ ଡୋର ବାନ୍ଧିବାଲେ ଏହା ଶିରା ପ୍ରଶିରାର କ୍ରିୟା ନିୟନ୍ତ୍ରିତ ରହିଥାଏ। ହୃଦରୋଗ, ପକ୍ଷାଘାତ ଏବଂ ମଧୁମେହ ଭଳି ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close