ଜୀବନଚର୍ଯ୍ୟା

ସୁନ୍ଦର ଦେଖା ହେବା ପାଇଁ ମୁଁହରେ ଲଗାନ୍ତୁ ଆଳୁ ଫେସ୍‌ପ୍ୟାକ୍‌

ସୁନ୍ଦର ଦେଖା ହେବା ପାଇଁ ଓ ମୁହଁର ଦାଗ ହଟେଇବାକୁ ଆମେ ବିଭିନ୍ନ ପ୍ରକାର କ୍ରୀମ୍‌ ବା ଫେସ୍‌ପ୍ୟାକ୍‌ ବ୍ୟବହାର କରିଥାନ୍ତି। ହେଲେ ଏହାକୁ କୌଣସି ଦୋକାନରୁ କିଣିକି ନୁହେଁ ବରଂ ଆମ ରୋଷେଇ ଘରେ ଥିବା ଜିନିଷକୁ ବ୍ୟବହାର କଲେ ଆମେ ସୁନ୍ଦର ଦେଖାଯିବା। ତେବେ ଆଳୁ ଏକ ସାଧାରଣ ଖାଦ୍ୟ। ଏହି ଆଳୁ ବ୍ୟବହାର କରି ଆମେ ଆମ ତ୍ୱଚାକୁ ସୁନ୍ଦର ଓ ଦାଗ ମୁକ୍ତ କରିପାରିବା।
୧-ଆଳୁ ଓ ଅଣ୍ଡାର ଫେସ୍‌ପ୍ୟାକ୍‌: ପ୍ରଥମେ ଆଳୁର ରସକୁ ବାହାର କରିଦିଅନ୍ତୁ। ପରେ ସେଥିରେ ଅଣ୍ଡାର ଧଳା ଅଂଶ ବାହାର କରି ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ବି ହଳ କରି ମିଶାଇ ପ୍ୟାକ୍‌କୁ ମୁହଁରେ ଲଗାଇ ୨୦ ମିନିଟ୍‌ ରଖନ୍ତୁ। ପରେ ମୁହଁ ଧୋଇ ଦିଅନ୍ତୁ।

୨-ଆଳୁ ଓ ମୁଲ୍‌ତାନି ମାଟିର ଫେସ୍‌ପ୍ୟାକ୍‌: ଆଳୁକୁ ପେଷ୍ଟ କରି ସେଥିରେ ମୁଲତାନି ମାଟି ଏବଂ ଦୁଇ କି ତିନି ବୁନ୍ଦା ଗୋଲାପ ଜଳ ପକାଇ ଭଲ କରି ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୩୦ ମିନିଟ୍‌ ଯାଏ ରଖନ୍ତୁ।

୩-ଆଳୁ ଓ ଖିର ଫେସ୍‌ପ୍ୟାକ୍‌: ପ୍ରଥମେ ଆଳୁକୁ ଛେଲିକି ରସ ବାହାର କରିଦିଅନ୍ତୁ। ପରେ ସେଥିରେ କଞ୍ଚା ଖିର ପକାଇ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ। ଏହାକୁ ମୁଁହରେ ଲଗାଇ ୨୦ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ।

୪-ଆଳୁ ଓ ହଳଦୀ ଫେସ୍‌ପ୍ୟାକ୍‌: ପ୍ରଥମେ ଆଳୁକୁ ଛେଲି ଦିଅନ୍ତୁ। ପରେ ସେଥିରେ ଚିମୁଟେ ହଳଦୀ ପକାଇ ଭଲ ଭାବେ ମିଶଇ ଦିଅନ୍ତୁ।ଏହାକୁ ଆପଣ ମୁହଁରେ ଲଗାଇ ୩୦ ମିନିଟ ଯାଏ ରଖିଲା ମୁହଁ ଧୋଇ ଦିଅନ୍ତୁ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close