ଦେଶ ବିଦେଶ

ହାଇଆଲର୍ଟରେ ଅଯୋଧ୍ୟା!

ଅଯୋଧ୍ୟା,୭/୧୦: ଚଳିତବର୍ଷ ଦଶହରା ଓ ଦୀପାବଳି ଉତ୍ସବ ଲଗାଲଗି ପଡୁଥିବାବେଳେ ସୁପ୍ରିମକୋର୍ଟ ଇତିମଧ୍ୟରେ ବିବାଦୀୟ ରାମ ଜନ୍ମଭୂମି ସମ୍ପର୍କିତ ରାୟ ମଧ୍ୟ ପ୍ରକାଶ କରିବାର ସମ୍ଭାବନା ରହିଛି। ଏଣୁ ଅଯୋଧ୍ୟାର ସୁରକ୍ଷା କଡ଼ାକଡ଼ି କରାଯାଇଛି। ସମ୍ପୂର୍ଣ୍ଣ ସହରକୁ ହାଇଆଲର୍ଟରେ ରଖା ଯାଇଥିବାବେଳେ ଆଗକୁ ଅତିରିକ୍ତ ୧୦ କମ୍ପାନୀ ଫୋର୍ସ ମୁତୟନ କରାଯିବାର ଯୋଜନା ରହିଛି। ଏଣୁ ଏବେ ଅଯୋଧ୍ୟା ପୋଲିସ ଛାଉଣୀରେ ପରିଣତ ହେବ। ତେବେ ଦଶହରା, ଭସାଣି ଓ ଦୀପାବଳି ଲାଗି ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜନୈକ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଭସାଣିବେଳେ ଶୋଭାଯାତ୍ରା ଉପରେ ନଜର ରଖିବା ଲାଗି ଚଳିତବର୍ଷ ଡ୍ରୋନ ସହ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଣୁ ପୂଜା କମିଟିଗୁଡ଼ିକୁ ଭସାଣି ଉତ୍ସବରେ ଅବିର ବଦଳରେ ଏଥର ଫୁଲ ପାଖୁଡ଼ା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଧିକାରୀ ଜଣକ କହିଛନ୍ତି। ସେପଟେ ସହରରେ ଅତିରିକ୍ତ ସୁରକ୍ଷା କର୍ମୀମାନଙ୍କ ଅବସ୍ଥାନ ନିମନ୍ତେ ଏବେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସୁରକ୍ଷା ବଳଙ୍କୁ ଅବସ୍ଥାନ କରାଇବା ଲାଗି ସ୍ଥାନୀୟ ଗେଷ୍ଟହାଉସ୍, ସ୍କୁଲ, କଲେଜ ଓ ଧର୍ମଶାଳାଗୁଡ଼ିକୁ ବ୍ୟବହାର କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ସହରରେ ସୋମବାର ଦଶହରା ଉତ୍ସବ ଆରମ୍ଭ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close