ଆଞ୍ଚଲିକ

ରାଜଧାନୀରେ ହେବ ଅଟୋ ବେ’

ଭୁବନେଶ୍ୱର,୧୨/୧୦: ଏଣିକି ଯେକୌଣସି ସ୍ଥାନରୁ ଅଟୋ ଚାଳକମାନେ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ। ବସ୍‌ ଭଳି ଅଟୋ ପାଇଁ ବିଭିନ୍ନ ଛକ ଓ ରାସ୍ତା କଡ଼ରେ ଅଟୋ ବେ’ କରାଯିବ। ଅଟୋରେ ଯିବାକୁ ଯାତ୍ରୀମାନେ ଆଟୋ ବେ’ରେ ଠିଆ ହୋଇ ଅପେକ୍ଷା କରିବେ। ଅଟୋଚାଳକ ଅନ୍ୟ ସ୍ଥାନରୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ। ପ୍ରତି ରୁଟ୍‌ରେ ଯାଉଥିବା ଅଟୋ ଯାତ୍ରୀଙ୍କୁ ସେଠାରୁ ନେଇ ବିଭିନ୍ନ ବେ’ ନିକଟରେ ଓହ୍ଲାଇ ପାରିବେ। ନଚେତ୍‌ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଓହ୍ଲାଇ ପାରିବେ। ଅଟୋଚାଳକଙ୍କ ମନଇଚ୍ଛା ଗାଡ଼ିଚାଳନା ଯୋଗୁଁ ରାସ୍ତା ଜାମ୍‌ ହେବା ସହ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ। ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏଭଳି ଯୋଜନା କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close