ଧର୍ମବେଶେଷ

ଗର୍ଭାବସ୍ଥାରେ ଈଶ୍ୱର ଆରାଧନା କରାଯାଏ କାହିଁକି

ଗର୍ଭବତୀ ମହିଳା କେତେକ କାର୍ଯ୍ୟକୁ ଅଭ୍ୟାସ କରି କରିବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ସୁପ୍ରଭାବ ପଡ଼ିଥାଏ। ବିଶେଷକରି ଗର୍ଭଧାରଣ ଠାରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ଗର୍ଭବତୀ ନିଜକୁ ସଚେତନ ରଖିବା ଆବଶ୍ୟକ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ସମୟରେ ଗର୍ଭବତୀମାନେ ଏକ ଆଧ୍ୟାତ୍ମିକ ଦିନଚର୍ଯ୍ୟା ରଖିବା ଜରୁରୀ । ସକାଳେ ଶଯ୍ୟା ତ୍ୟାଗ କରି ଶୌଚକର୍ମ ସାରି ଗର୍ଭମାସର କ୍ରମ ଅନୁଯାୟୀ ଶାରୀରିକ ବ୍ୟାୟାମ କଲେ ସୁଫଳ ମିଳେ। ଏହା ସହିତ ଗର୍ଭାବସ୍ଥାରେ ନିୟମିତ ପୁରାଣ ପାଠ କଲେ ଗର୍ଭସ୍ଥ ଶିଶୁ ଉପରେ ସକାରାତ୍ମକ ପ୍ରଭାବ ପଡ଼େ। ଏହାଦ୍ୱାରା ମାନସିକ ଚାପ କମ୍‌ ହୁଏ। ମନ ଶାନ୍ତ ରହେ। ଫଳରେ ରକ୍ତଚାପ ସ୍ବାଭାବିକ ରୁହେ। ସର୍ବଦା ଭଗବାନଙ୍କ ନାମ ସ୍ମରଣ ସହିତ ଗର୍ଭାବସ୍ଥାରେ ସଙ୍ଗୀତ ଶୁଣିବା, ଯୋଗ କରିବା ଓ ସନ୍ଧ୍ୟାରେ ଭଜନ କଲେ ସଫଳ ମିଳେ। ଏହା ସହିତ ଗର୍ଭବତୀ ସୁଷମ ଖାଦ୍ୟ, ସଂକ୍ରାମକ ରୋଗମୁକ୍ତ ପରିବେଶରେ ରହିବା ଦ୍ୱାରା ଗର୍ଭସ୍ଥ ଶିଶୁର ଉପଯୁକ୍ତ ବିକାଶ ହୋଇଥାଏ ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close