ଆଞ୍ଚଲିକ

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ଅସିତ ତ୍ରିପାଠୀ

ଭୁବନେଶ୍ବର,୧୯/୮: ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ। ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅସିତ ତ୍ରିପାଠୀ ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ହୋଇଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି, ମୋ ସମୟକାଳରେ ଫାଇଲ୍ ମୁଭମେଣ୍ଟକୁ ତ୍ବରାନ୍ବିତ କରାଯିବା ସହ ଯେକୌଣସି କାର୍ଯ୍ୟର ନିଷ୍ପତ୍ତି ତୁରନ୍ତ ନିଆଯିବ। ୪ଟି ଦିଗକୁ ପ୍ରାଥମିକତା ଦିଆଯିବ। ୫-ଟି ସବୁ ବିଭାଗରେ ଲାଗୁ କରାଯିବାକୁ ମଧ୍ୟ ଗୁରୁତ୍ବ ଦିଆଯିବ। ଯୋଜନାସବୁ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ବିଶେଷ ନଜର ଦିଆଯିବ। ଅନ୍ୟପକ୍ଷରେ ଉନ୍ନୟନ କମିଶନର ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି। କୃଷି ଉତ୍ପାଦନ କମିଶନର ଭାବେ ୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଦାୟିତ୍ବ ନେଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close