ଅପରାଧଆଞ୍ଚଲିକ

ଆଶୀର୍ବାଦ ବେହେରାଙ୍କୁ ଗିରଫ କଲା ସିବିଆଇ

କଟକ,୧୯/୯: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଆଜି ସିବିଆଇ ଗିରଫ କରିଛି। ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ପୂର୍ବରୁ ଆଶୀର୍ବାଦଙ୍କ ନାଁ’ରେ ଚାର୍ଜସିଟ୍ ଦାଖଲ କରିଥିବା ସିବିଆଇ ଆଜି ଭୋରୁ ଆଶୀର୍ବାଦଙ୍କ ଘରେ ରେଡ୍ କରିଥିଲା। ସୂଚନାନୁଯାୟୀ, କିଛିଦିନ ପୂର୍ବେ  ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଆଶୀର୍ବାଦଙ୍କ ସହ ଅନ୍ୟ ଦୁଇଜଣଙ୍କ ନାମରେ ସିବିଆଇ ପ୍ରାଥମିକ ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରିଥିଲା। ଅନ୍ୟ ଦୁଇଜଣ ହେଲେ ଖାରବେଳ ନଗର ଥାନା କଡରେ ଥିବା ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା। କମଳାକାନ୍ତ ଓ ଆଶୀର୍ବାଦ କେବଳ ଜେରାର ସମ୍ମୁଖୀନ ହୋଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close