ଦେଶ ବିଦେଶମନୋରଞ୍ଜନ

ସମ୍ପର୍କକୁ ନେଇ ଏମିତି କହିଲେ ଅର୍ଜୁନ-ମଲ୍ଲାଇକା

ମୁମ୍ବାଇ,୧/୭: ଅଭିନେତା ଅର୍ଜୁନ କପୁରଙ୍କ ସହ ଥିବା ସମ୍ପର୍କରୁ ନେଇ ମୁଁହ ଖୋଲିଲେ ଅଭିନେତ୍ରୀ ମଲ୍ଲାଇକା। ଉଭୟେ ଏବେ ନ୍ୟୁୟର୍କରେ ସାଙ୍ଗରେ ରହି ସମୟ ବିତାଉଥିବା ବେଳେ ଦୁହେଁ ନିଜର ପ୍ରେମ ସମ୍ପର୍କକୁ ନେଇ ଲୋକମାନଙ୍କ ମନରେ ଥିବା ସବୁ କଳ୍ପନାଜଳ୍ପନାକୁ ଦୂର କରିଛନ୍ତି। ଅର୍ଜୁନଙ୍କ ଜନ୍ମଦିନ ପାଳନ କରିବା ପାଇଁ ଦୁହେଁ ନ୍ୟୁୟର୍କ ଯାଇଛନ୍ତି। ତେବେ ପୂର୍ବରୁ ଲାଗି ରହିଥିବା ଚର୍ଚ୍ଚାର ଅନ୍ତଃ ଘଟାଇ ଶେଷରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି ମଲ୍ଲାଇକା। ସେ ଏକ ସାକ୍ଷାତକାରରେ କହିଛନ୍ତି ମୋର ଛାଡ଼ପତ୍ର ହେବା ପରେ ମୁଁ ପୁଣି ଥରେ ପ୍ରେମରେ ପଡ଼ିବି ବୋଲି କେବେ ବି ଭାବି ନଥିଲି। ଏଥିସହ ମୋ ହୃଦୟ ପୁଣି ଥରେ ଭାଙ୍ଗି ନ ଯାଉ ଏବଂ ଏହାକୁ ନେଇ ମୁଁ ବହୁତ ଡ଼ରୁଥିଲି । କିନ୍ତୁ ଏବେ ମୁଁ ଯେଭଳି ଜୀବନସାଥୀ ଚାହୁଁଥିଲି ତାହା ମୋତେ ମିଳିଯାଇଛି। ଯାହାକୁ ନେଇ ମୁଁ ବହୁତ ଖୁସି ଅଛି ବୋଲି ମଲ୍ଲାଇକା ପ୍ରକାଶ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close