ରାଜନିତୀ

ପଦ୍ମ ଧରିଲେ ଅପରାଜିତା

ଭୁବନେଶ୍ୱର,୨୭।୧୧: ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଭାଜପାର ବିଚାରଧାରା, ଆଭିମୁଖ୍ୟ ଏବଂ ନେତୃତ୍ୱ ତିନିଟି ଜିନିଷ ରହିଥିବାରୁ ସେ ଉକ୍ତ ଦଳରେ ସାମିଲ ହୋଇଥିବା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ତାଙ୍କୁ ପ୍ରଭାବିତ କରିଥିବାରୁ ସେ ଭାଜପାରେ ଯୋଗଦେଇ ଲୋକଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା, ଭାଜପା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଓ ରାଜ୍ୟ ଭାଜପା ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଅପରାଜିତା ଦଳରେ ଯୋଗ ଦେଇଛନ୍ତି। ସେ ଭାଜପାରେ ଯୋଗଦେବା ପରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ରାଜଧାନୀର ସୌନ୍ଦର୍ଯ୍ୟକରଣ କରିବା, ଶିକ୍ଷୟିତ୍ରୀମାନଙ୍କ ପାଇଁ ଡ୍ରେସକୋଡ ଭଳି ବିଭିନ୍ନ କଠୋର ନିଷ୍ପତ୍ତି ନେଇ ଏକ ସମୟରେ ଅପରାଜିତା ବେଶ ଚର୍ଚ୍ଚାରେ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close