ଅପରାଧଆଞ୍ଚଲିକ

କମିଶନରେଟ୍‌ ପୋଲିସ ଟାର୍ଗେଟରେ ଅପରାଧୀ: ରାଜଧାନୀରେ ୫ମ ଏନ୍‌କାଉଣ୍ଟର

ଭୁବନେଶ୍ୱର,୫/୭: କମିସନରେଟ ପୋଲିସ ଟାର୍ଗେଟରେ ଅପରାଧୀ। ରାଜଧାନୀରେ ପୁଣି ଏନ୍‌କାଉଣ୍ଟର। ଗତ ୩୬ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ୫ଟି ଏନ୍‌କାଉଣ୍ଟର। ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଆହତ ହୋଇଛି। କମିଶନରେଟ୍‌ ପୋଲିସ ରବିବାର ସନ୍ଧ୍ୟାରେ ଭରତପୁର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଥିବା ଜାଣି ଚଢ଼ଉ କରିଥିଲା। ପ୍ରଥମେ ପୋଲିସକୁ ଦେଖି ରବି ଫାୟାରିଂ କରିଥିଲା। ଏହାର ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା। ଫଳରେ ରବି ରାଓ ଆହତ ହୋଇଥିଲା। ରବିର ଗୋଡ଼ରେ ବାଜିଛି ଗୁଳି। ତାକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close