ବାସ୍ତୁ

ଶୁଭ ଫଳ ପାଇଁ ବାଡ଼ିରେ ଲଗାନ୍ତୁ ଅଁଳା ଗଛ

ବାସ୍ତୁ ଅନୁଯାୟୀ ଘର ତିଆରି କଲେ ଏହା ଭବିଷ୍ୟତରେ ଘର ପାଇଁ ଶୁଭ ହୋଇଥାଏ ବା ଘରର ଉନ୍ନତି ହୋଇଥାଏ । ସେହିପରି ବାଡ଼ି ବଗିଚାରେ ଯଦି ବାସ୍ତୁ ଅନୁଯାୟୀ କିଛି ଗଛ ଲଗାଯାଏ ତାହା ମଧ୍ୟ ଘର ପାଇଁ ଶୁଭ ଫଳ ଆଣିଥାଏ ବୋଲି କୁହାଯାଏ । ଘରେ ତୁଳସୀ ଗଛ ଥିଲେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇଲେ ଶୁଭ ସାବ୍ୟସ୍ତ ହୋଇଥାଏ। ସେହିପରି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଁଳା ଗଛର ମଧ୍ୟ ମହତ୍ୱ ରହିଛି। ଅଁଳା ଗଛରେ ଦେବାଦେବୀ ବାସ କରନ୍ତି ବୋଲି ବିଶ୍ୱାଷ ରହିଛି। ତେଣୁ ବାଡ଼ିରେ ଅଁଳା ଗଛ ଲଗାଇବା ଭଲ । ଏହାଦ୍ୱାରା ପରିବାର ଉପରେ ଦେବାଦେବୀଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ। ସେହିପରି ବେଲ ଗଛ ହେଉଛି ଭଗବାନ ଶିବଙ୍କର ପ୍ରିୟ। ଆପଣ ନିଜ ବାଡ଼ିରେ ବେଲ ଗଛ ଲଗାଇପାରିବେ। ଏହା ଦ୍ୱାରା ଘରେ ଚାରିପଟେ ନକରାତ୍ମକ ଶକ୍ତି ଉଭେଇ ଯାଇଥାଏ। ସେହିପରି ଅରଖ ଗଛର ମଧ୍ୟ ଅନେକ ମହତ୍ୱ ରହିଛି। ଅରଖ ଫୁଲକୁ ଭଗବାନ ଶିବଙ୍କ ପାଖରେ ଅର୍ପଣ କରାଯାଇଥାଏ। ଏହି ଗଛ ଲଗାଇଲେ ଶତ୍ରୁ ଦୂର ହୋଇଥାନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close