ଜୀବନଚର୍ଯ୍ୟାଫୁରୁସତ

ଏକା ରହୁଥିବା ବ୍ୟକ୍ତି ହୋଇଥାନ୍ତି ଚାଲାକ

ଏକୁଟିଆ ରହୁଥିବା ଲୋକ କିମ୍ବା ସୋସିଆଲ ମିଡିଆରେ କମ୍ ସମୟ ବିତାଉଥିବା ଲୋକ ସମସ୍ତଙ୍କୁ ବହୁତ ବୋରିଙ୍ଗ୍ ଲାଗିଥାଆନ୍ତି। କିନ୍ତୁ ଏହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ କି ଏମାନେ ଜମା ବି ବୋରିଙ୍ଗ୍ ନୁହନ୍ତି। ବରଂ ଏମାନେ ଥାଆନ୍ତି ସବୁଠାରୁ ଚାଲାକ। ଏ କଥା ଆମେ କହୁନୁ, ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି। କୁହାଯାଇଛି କି, ଅନ୍ୟମାନଙ୍କ ସହିତ କମ୍ ମିଶୁଥିବା ଲୋକ ଇଣ୍ଟେଲିଜେଣ୍ଟ୍ ହୋଇଥାଆନ୍ତି। ଓ୍ଵାର୍ଲ୍ଡ ଇକୋନୋମିକ୍ ଫୋରମ୍ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଥିବା ସୂଚନା ମିଳିଛି। ୧୮ରୁ ୨୮ ବର୍ଷ ବୟସ ମଧ୍ୟବର୍ତ୍ତୀ ପାଖାପାଖି ୧୫ ହଜାର ଲୋକଙ୍କ ଉପରେ ଗବେଷଣା କରାଯାଇଥିଲା। ସେମାନଙ୍କ ଜୀବନ ସହିତ ଜଡ଼ିତ କିଛି ଖାସ୍ ପ୍ରଶ୍ନ ପଚରାଯାଇଥିଲା। ଲୋକଙ୍କ ସହିତ ମିଶିବାକୁ କେତେ ଭଲ ଲାଗିଥାଏ, ସେମାନଙ୍କ ଆଖପାଖରେ କେତେ କୋଳାହଳ ରହିଥାଏ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଅଧିକ ବୁଦ୍ଧିମାନ ଲୋକଙ୍କୁ ସାଙ୍ଗସାଥୀଙ୍କ ସହିତ ମିଶିବାରେ କମ୍ ଖୁସି ମିଳିଥାଏ। ଏମାନଙ୍କୁ ଭିଡ଼ ବେଶୀ ପସନ୍ଦ ନ ଥାଏ। ଅଧିକ ଲୋକଙ୍କ ସହିତ ମିଶିଲେ ଏମାନଙ୍କୁ ଶ୍ୱାସରୋଧ ହେବା ଭଳି ଲାଗିଥାଏ। ଏମିତି ଲୋକ ରିଜର୍ଭ ରହିବାର ଅନେକ କାରଣ ରହିଥାଇପାରେ। ହୋଇପାରେ ବୁଦ୍ଧିଜୀବୀ ଲୋକ ନିଜ କାମ ଉପରେ ଅଧିକ ଫୋକସ୍ କରିବାକୁ ବେଶୀ ବିଶ୍ୱାସ କରନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close