ମନୋରଞ୍ଜନ

‘ସତ୍ତେପେ ସତ୍ତା’ ରିମେକରେ ନଜର ଆସିବେ ଅଜୟ-କାଟ୍ରିନା!

ମୁମ୍ବାଇ,୨୯/୧୨: ସୁପରଷ୍ଟାର ଅମିତାଭଙ୍କ ଅଭିନୀତ ଚଳଚ୍ଚିତ୍ର ‘ସତ୍ତେପେ ସତ୍ତା’ର ରିମେକ୍ ହେବ। ଏହାର ଲିଡ ରୋଲରେ ସିଂଘମ୍ ଷ୍ଟାର ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ନିର୍ମାତା ଫରାହ ଖାନ ଏବଂ ରୋହିତ ସେଟ୍ଟୀ ଏହି ଫିଲ୍ମର ମୁଖ୍ୟ ଅଭିନେତା ପାଇଁ ବହୁ ଖୋଜାଖୋଜି କରିବା ପରେ ଶେଷରେ ଏହାର ଅଫର ଅଜୟ ଦେବଗନଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ଫିଲ୍ମର ଫିମେଲ ଲିଡରେ କାଟ୍ରିନା କୈଫ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ତେବେ ଅଜୟ ଦେବଗନ ଏପର୍ଯ୍ୟନ୍ତ ଏଥିଲାଗି ହଁ ଭରି ନଥିଲେ ହେଁ ରୋହିତ ସେଟ୍ଟୀ ତାଙ୍କର ସବୁଠୁ ଭଲ ସାଙ୍ଗ ହୋଇଥିବାରୁ ଏହି ଅଫରକୁ ସେ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close