ଆଞ୍ଚଲିକ

‘ଅଗ୍ନି-୩’ର ସଫଳ ଉତକ୍ଷେପଣ

ଭୁବନେଶ୍ୱର,୩୦/୧୧: ଭଦ୍ରକ ଜିଲ୍ଲାର ଅବଦୁଲ କଲାମ ଦ୍ୱୀପରୁ ‘ଅଗ୍ନି-୩’ କ୍ଷେପଣାସ୍ତ୍ରର ଶନିବାର ଉତକ୍ଷେପଣ କରାଯାଇଛି। ଏହାକୁ ସନ୍ଧ୍ୟା ୭ଟା ୧୮ରେ ୪ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯାଇଛି। ତେବେ ପ୍ରଥମ ଥର ପାଇଁ ରାତିରେ ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଏହା ସମୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି। ସେହିପରି ଏହା ୧୭ ମିଟର ଲମ୍ବ ଓ ୨ ମିଟର ଗୋଲେଇ ବିଶିଷ୍ଟ କ୍ଷେପଣାସ୍ତ୍ର ଅଟେ। ଏହାର ଓଜନ ୨୨ ହଜାର କିଲୋଗ୍ରାମ ହୋଇଥିବା ବେଳେ ଏହା ୨ ହଜାରରୁ ୨୫ ଶହ କି.ଗ୍ରା. ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ ହୋଇଛି। ଅଗ୍ନି-୩ର ଲକ୍ଷ୍ୟଭେଦ କ୍ଷମତା ୩.୫ ହଜାରରୁ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଅନ୍ୟପଟେ ଏହାର ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି ବୋଲି ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close