ମନୋରଞ୍ଜନ

ବଲିଉଡରେ ମିଳେନାହିଁ ଜୀବନର ସବୁ ଖୁସି : ଲାରା

ମୁମ୍ବାଇ,୩୧/୭: ବଲିଉଡ ନାୟିକା ଲାରା ଦତ୍ତ ଏବେ ବଡ ପରଦାଠାରୁ ବହୁ ଦୂରରେ । ଦିନେ ‘ଅନ୍ଦାଜ’, ‘ନୋ ଏଣ୍ଟ୍ରି’, ‘ଭାଗମ୍ ଭାଗ’ ଓ ‘ହାଉସ ଫୁଲ’ ଭଳି ହିଟ୍ ଫିଲ୍ମ ଦେଇଥିବା ଲାରା କିନ୍ତୁ ଏବେ ରଙ୍ଗିନ ଦୁନିଆଠାରୁ ବହୁ ଦୂରରେ । ସେ ଏବେ ତାଙ୍କ ସାଂସାରିକ ଜୀବନକୁ ନେଇ ଖୁବ୍ ବ୍ୟସ୍ତ । ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ବଲିଉଡରେ ଜୀବନର ସବୁ ସୁଖ ମିଳି ନ ଥାଏ । ହେଲେ ଜୀବନର ସବୁ ସୁଖ ମିଳିଥାଏ ମାତୃତ୍ୱ ଲାଭରେ । ଯାହା ଏବେ ତାଙ୍କୁ ମିଳିସାରିଛି ବୋଲି ସେ କହିଛନ୍ତି । ମା’ହେବା ପୂର୍ବରୁ ଯାହା ପ୍ରସ୍ତୁତି ଥାଉ ନା କାହିଁକି କିନ୍ତୁ ଯେଉଁଦିନ ଜଣେ ନାରୀ ସନ୍ତାନ ପ୍ରସବ କରିଥାଏ ସେ ଦିନ ତା’ ଜୀବନର ସବୁଠାରୁ ଖୁସିର ଦିନ ବୋଲି ସେ କହିଛନ୍ତି । ଯାହା ଅନ୍ୟ କେଉଁଠି ମିଳି ନ ଥାଏ । ଲାରା ବଡ ପରଦାରୁ ଦୂରେଇ ଯାଇ ଟେନିସ୍ ଖେଳାଳି ମହେଶ ଭୂପତିଙ୍କୁ ନେଇ ତାଙ୍କର ସଂସାର ଗଢିଥିବା ବେଳେ ଏବେ ତାଙ୍କ କୋଳରେ ଏକ କନ୍ୟା ରତ୍ନ । ତେଣୁ ଏବେ ସେ ସବୁ ସମୟ ପ୍ରାୟ ଝିଅ ସହ କାଟି ଦେଉଥିବା କହିଛନ୍ତି । ଦେଖାଯାଏ କେବେ କେବେ ସେ ଝିଅ ସହ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close