ରାଜନିତୀ

ପୁଣି ନୂଆଦିଲ୍ଲୀରୁ କେଜରିଓ୍ଵାଲ

ନିର୍ବାଚନ ପାଇଁ ଆପର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୧୪/୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଆପ ସମସ୍ତ ୭୦ ଆସନ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସୂଚନା ଅନୁସାରେ, ନୂଆଦିଲ୍ଲୀ ଆସନରୁ ଆପ୍ କ୍ୟାପଟେନ ଅରବିନ୍ଦ କେଜରିଓ୍ଵାଲ ଲଢ଼ିବାକୁ ଧର୍ଯ୍ୟ ହୋଇଥିଲାବେଳେ ଅତିସି କାଲକାଜି ଆସନରୁ, ମନିଷ ସିସୋଦିଆ ପତପାରଗଞ୍ଜରୁ, ବିନୟ ମିଶ୍ର ଦ୍ୱାରିକାରୁ ଏବଂ ଅମାନାତୁଲ୍ଲା ଖାଁ ଓଖଲାରୁ ନିର୍ବାଚନ ଲଢିବେ। ଏଥିସହ ତିମାରପୁର ଆସନରୁ ଦିଲୀପ ପାଣ୍ଡେ, ନରେଲାରୁ ସଶରଦ ଚୌହାନ, ବୁରାଡୀରୁ ସଞ୍ଜୀବ ଝା, ଆଦର୍ଶନ ନଗରରୁ ପୱନ ଶର୍ମା, ବାଦଲୀରୁ ଅଜେଶ ଯାଦବ, ରିଠାଲାରୁ ମହିନ୍ଦର ଗୋୟଲ, ବବାନାରୁ ଜୟ ଭଗବାନ ଉପକାର, ମୁଣ୍ଡକାରୁ ଧର୍ମପାଳ ଲାକଣ୍ଡା, କିରାଣ୍ଡୀରୁ ଶତ୍ରୁରାଜ ଝା, ସୁଲତାନପୁର ମାଜରାରୁ ମୁକେଶ କୁମାର ଅହଲାବତଙ୍କ ଭଳି ପ୍ରାର୍ଥୀଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ଦେଇଛି। ସେହିପରି ଏଥର ୯ଟି ବିଧାନସଭା କ୍ଷେତ୍ରରୁ ଦଳ ନୂଆମୁହଁକୁ ସୁଯୋଗ ଦେଇଛି। ଅନ୍ୟପଟେ ୪୬ ଜଣ ବର୍ତ୍ତମାନର ବିଧାୟକଙ୍କ ଟିକେଟ୍ ରିପିଟ ହୋଇଥିବାବେଳେ ୮ ମହିଳା ପ୍ରାର୍ଥୀଙ୍କୁ ଆପ୍ ସୁଯୋଗ ଦେଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close