ଦେଶ ବିଦେଶବାଣିଜ୍ୟ

୧୦୦ ଦିନ ମଧ୍ୟରେ ଭାରତରେ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ,୪/୬: ୧୦୦ ଦିନ ମଧ୍ୟରେ ଭାରତରେ ୫ଜି ମୋବାଇଲ ସେବାର ପରୀକ୍ଷଣ ଆରମ୍ଭ ହେବ। ଏ ନେଇ ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଏହା ପ୍ରକାଶ କରିଛନ୍ତି। ଚଳିତବର୍ଷ ୫ଜି ସହ ଅନ୍ୟ ବ୍ରାଣ୍ଡ ପାଇଁ ସ୍ପେକ୍ଟ୍ରମ ନିଲାମ କରାଯିବ ବୋଲି ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି।
ବିଏସ୍‌ଏନ୍‌ଏଲ କ୍ଷତିରେ ଚାଲିବା ସହ ଏଥିରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ବିଷୟରେ ମତ ଦେଇ ସେ କହିଛନ୍ତି, ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍ଏଲ୍‌ର ପୁନରୁଦ୍ଧାର କାର୍ଯ୍ୟ କରାଯିବ। ଏହି ଦୁଇ କମ୍ପାନୀର କର୍ମଚାରୀମାନେ ପ୍ରତିଦ୍ବନ୍ଦ୍ବିତା ମନବୃତ୍ତି ନେଇ କାର୍ଯ୍ୟ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଚୀନ୍‌ର ଟେଲିକମ୍ କମ୍ପାନୀ ହୁଆଇକୁ ୫ଜି ପରୀକ୍ଷଣ ପାଇଁ ଅନୁମତି ଦିଆଯିବ କି ନାହିଁ ପ୍ରଶ୍ନର ଉତ୍ତରରେ ସେ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ଏହି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close