ଦେଶ ବିଦେଶ

ତିନି ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୯/୧୦: ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷିତ ହୋଇଛି। ଆମେରିକୀୟ ରସାୟନ ବିଜ୍ଞାନୀ ଜନ୍‌ ବି. ଗୁଡଏନଫ, ଏମ. ଷ୍ଟାନ୍‌ଲି ୱିଟିଙ୍ଗାମ ଓ ଜାପାନୀ ରସାୟନ ବିଜ୍ଞାନୀ ୟାକିରା ୟୋସିନୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଲିଥିଅମ ବ୍ୟାଟେରୀର ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ରହିଛି। ଦୈନନ୍ଦିନ ଜୀବନରେ ସ୍ୱଳ୍ପ ଓଜନର, ରିଚାର୍ଜ ହୋଇପାରୁଥିବା ଏବଂ ଶକ୍ତିଶାଳୀ ବ୍ୟାଟେରୀର ବହୁଳ ବ୍ୟବହାର ହେଉଛି। ତେବେ ମୋବାଇଲ ଫୋନ ଠାରୁ ଲାପ୍‌ଟପ ଓ ବୈଦ୍ୟୁତିକ ଯାନରେ ଏହାର ବହୁଳ ବ୍ୟବହାର ଚାଲିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close