ଆଞ୍ଚଲିକ

ଆଜି ଖୋଲିବ ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌

ସମ୍ବଲପୁର,୧୫/୮: ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌ ଆଜି ଖୋଲାଯିବ। ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ ୧୧ଟା ୩୦ ପରେ ଗେଟ୍‌ ଖୋଲିବା ଆରମ୍ଭ ହେବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ ଜଣାଇଛନ୍ତି। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଗତକାଲି ପୂର୍ବାହ୍ଣ ୧୧ଟା ୩୦ରେ ୭ ନମ୍ବର ଗେଟ୍‌ ଖୋଲାଯାଇଥିବା ବେଳେ ଅପରାହ୍ଣ ୨ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ତେବେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଆଜି ୧୬ଟି ଗେଟ୍‌ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯିବ। ହୀରାକୁଦ କଣ୍ଟ୍ରୋଲ୍‌ ରୁମ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଗତକାଲି ରାତି ସୁଦ୍ଧା ୬୨୧.୨୩ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡାରକୁ ୨ ଲକ୍ଷ ୫୭ ହଜାର ୬୫୯ କ୍ୟୁସେକ୍‌  ଜଳ ପ୍ରବେଶ କରୁଥିବାବେଳେ ମାତ୍ର ୧୪ ହଜାର ୬୩୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ତେଣୁ ଜଳପତ୍ତନ ବଢ଼ି ଚାଲିଥିବାରୁ ଅଧିକ ଗେଟ୍ ଖୋଲାଯିବା ଆବଶ୍ୟକ ହୋଇପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close
Close