ଧର୍ମବେଶେଷ

ସକାଳୁ କରନ୍ତୁ ସୂର୍ଯ୍ୟପୂଜା

ସୂର୍ଯ୍ୟ ଦେବତାଙ୍କୁ ଗ୍ରହଙ୍କ ସ୍ୱାମୀ ବୋଲି କୁହାଯାଏ । ସବୁ ଗ୍ରହଙ୍କ ଭିତରେ ସୂର୍ଯ୍ୟ ଶ୍ରେଷ୍ଠ ବୋଲି ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ସେମିତି ଜ୍ୟୋତିଷଶାସ୍ତ୍ର କୁହେ ସୂର୍ଯ୍ୟ ଶାନ୍ତି ଥିଲେ ସବୁ ଗ୍ରହ ଶାନ୍ତ ଥାଆନ୍ତି । ତେଣୁ ସବୁବେଳେ ସୂର୍ଯ୍ୟଙ୍କୁ ଶାନ୍ତ ରଖିଲେ ସବୁ ଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର କୁହନ୍ତୁ ଅବା ବୈଜ୍ଞାନିକ କାରଣ ସୂର୍ଯ୍ୟଙ୍କୁ ସକାଳୁ ଜଳ ଅର୍ପଣ କଲେ ଅନେକ ଲାଭ ମିଳିଥାଏ ବୋଲି କୁହାଯାଏ ।
-ସକାଳୁ ଉଠି ଖୋଲା ଆଖିରେ ସୂର୍ଯ୍ୟଙ୍କୁ ଦର୍ଶନ କରିବା ଭଲ । ଏହାଦ୍ୱାରା ଦୃଷ୍ଟିଶକ୍ତି ଭଲ ରହିଥାଏ ।
-ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେଉଥିବାରୁ ପୂର୍ବ ଦିଗକୁ ମୁହଁକରି ଶୋଇବାକୁ ବାରଣ କରାଯାଇଥାଏ । କାରଣ ଏହାଦ୍ୱାରା ଶରୀର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ବୋଲି କୁହାଯାଏ ।
-ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସବୁଠାରୁ ଭଲ ବୋଲି କୁହାଯାଏ । ଏହାର ବୈଜ୍ଞାନିକ କାରଣ ଅନୁଯାୟୀ, ପରିବେଶ ସନ୍ତୁଳିତ ଅବସ୍ଥାରେ ଥାଏ । କାରଣ ସୂର୍ଯ୍ୟଙ୍କୁ ଯେଉଁ ଜଳ ଅର୍ପଣ କରାଯାଏ ତାହା ବାଷ୍ପିଭୂତ ହୋଇ ବର୍ଷା ହେବାରେ ସାହାଯ୍ୟ କରିଥାଏ ।
– ସୂର୍ଯ୍ୟଙ୍କ କିରଣ ଆମ ଶରୀର ପାଇଁ ବେଶ ଲାଭଦାୟକ । ତେଣୁ ସକାଳୁ ଯେଉଁମାନେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି ଏହାଦ୍ୱାରା ଜଳ ମଧ୍ୟ ଦେଇ ସୂର୍ଯ୍ୟ କିରଣ ଆମ ଶରୀରରେ ପଡିଥାଏ ଯାହା ବେଶ୍ ଲାଭଦାୟକ ।
ତେଣୁ ପ୍ରତିଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସୂର୍ଯ୍ୟ ଦେବତା ଖୁସି ହେବା ସହ ଅନ୍ୟ ଗ୍ରହମାନେ ମଧ୍ୟ ଶାନ୍ତ ହୋଇଥାଆନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close
Close